ଲଡ଼ୁ ବିବାଦ ଭିତରେ ତିରୁପତିଙ୍କ ଦର୍ଶନ କଲେ CJI; ପ୍ରଭୁ ଭେଙ୍କଟେଶ୍ବରଙ୍କୁ କଲେ ପ୍ରାର୍ଥନା

Published By : Prameya-News7 Bureau | September 30, 2024 IST

ନୂଆଦିଲ୍ଲୀ: ତିରୁପତି ମନ୍ଦିରର ଲଡ଼ୁକୁ ନେଇ ବିବାଦ ଜାରି ରହିଛି । ପ୍ରସାଦରେ ପଶୁ ଚର୍ବି ଏବଂ ଅପମିଶ୍ରିତ ଘିଅ ମିଶା ଯାଉଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହାକୁ ନେଇ ସାରା ଦେଶରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏହି ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହା ପୂର୍ବରୁ ହଠାତ୍‌ ତିରୁପତି ମନ୍ଦିରରେ ପହଞ୍ଚିଛନ୍ତି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ୱାଇ ଚନ୍ଦ୍ରଚୂଡ଼ । 

ରବିବାର ସକାଳେ ପରିବାର ସହ ମନ୍ଦିରରେ ପହଞ୍ଚି ସିଜେଆଇ ଚନ୍ଦ୍ରଚୂଡ଼ ଭଗବାନ ଭେଙ୍କଟେଶ୍ୱରଙ୍କୁ ପୂଜା କରିଛନ୍ତି । ପରିବାର ସଦସ୍ୟଙ୍କ ସହ ତାଙ୍କୁ ଭାଇକୁଣ୍ଟା ରୋ କମ୍ପ୍ଲେକ୍ସରେ ତିରୁମାଲା ତିରୁପତି ଦେବସ୍ଥାନମ ଅଧିକାରୀମାନେ ସମ୍ମାନରେ ସ୍ୱାଗତ କରିଥିଲେ । ଏଥିସହ ସିଜେଆଇଙ୍କୁ ପ୍ରସାଦ ସ୍ବରୂପ ତିରୁପତିଙ୍କ ଲଡ଼ୁ ଦିଆଯାଇଛି । ମନ୍ଦିରରେ ପ୍ରଭୁ ଭେଙ୍କଟେଶ୍ବରଙ୍କୁ ଦର୍ଶନ ପରେ ତିରୁପତି ଏୟାରପୋର୍ଟରେ ପହଞ୍ଚି ଘରକୁ ଫେରିଥିଲେ ସିଜେଆଇ ଚନ୍ଦ୍ରଚୂଡ଼...

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.